ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରାନର ରାଜଧାନୀ ତେହରାନରେ ଏକ ଯାତ୍ରୀବାହୀ ବିମାନ ବୋଇଂ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୭୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ବିମାନରେ ସମୁଦାୟ ୧୮୦ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ।

ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର। ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ତଳକୁ ଖସି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଉଦ୍ଧାରକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି କାହାକୁ ଜୀବୀତ ଉଦ୍ଧାର କରିପାରି ନାହାନ୍ତି।

Comment