ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ମାର ଏକ ବିଜ୍ଞାପନ ପାଇଁ ଅକ୍ଷୟ କୁମାର ବିବାଦରେ ଫସିଛନ୍ତି। ତାଙ୍କ ନାଁରେ ମୁମ୍ବାଇ ବର୍ଲି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଅକ୍ଷୟ ମରାଠୀମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ବିଜ୍ଞାପନରେ ଅକ୍ଷୟ ଜଣେ ମରାଠୀ ରାଜାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଯଦ୍ଧରୁ ବିଜୟ ହୋଇ ଫେରିଥିବା ରାଜା ଓ ତାଙ୍କ ସେନାକୁ ରାଜପ୍ରସାଦରେ ସ୍ୱାଗତ କରାଯାଉଛି। ରାଣୀ ସେତିକିବେଳେ ରାଜାଙ୍କ ପୋଷାକ ମଇଳା ହୋଇଥିବା କହିଛନ୍ତି। ରାଣୀଙ୍କ କଥା ଶୁଣି ରାଜା ନିଜେ ପୋଷାକ ସଫା କରୁଥିବା ଏଥିରେ ଦେଖିବାକୁ ମିଳିଛି। ଜଣେ ରାଜା ନିଜ ପୋଷାକ ସଫା କରିବା ଏହା ମରାଠୀ ରାଜାଙ୍କ ଅପମାନ ବୋଲି କୁହାଯାଇଉଛି। ସୋସିଆଲ ମିଡିଆରେ #BoycottNirma ଟ୍ରେଣ୍ଡ କରୁଛି।

ଅନ୍ୟପକ୍ଷରେ ଏପେଇ ଅକ୍ଷୟଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Comment