ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି।

‘‘ଶିକ୍ଷା ହିଁ ସଶକ୍ତିକରଣ ଓ ଦେଶର ପ୍ରଗତିରେ ଶିକ୍ଷା ହିଁ ପ୍ରକୃତ ମାଧ୍ୟମ। ୬୫୦୦ ସ୍କୁଲରେ ୬ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହାସହ ଗ୍ରାମ୍ୟ ଅଞ୍ଚଳରେ ହଷ୍ଟେଲ ନିର୍ମାଣ କରାଯାଇ ପିଲାମାନଙ୍କୁ ଇଂଲିସ୍‌ ମିଡିୟମ୍‌ ସ୍କୁଲରେ ଶିକ୍ଷା ଦିଆଯାଉଛି। ରାଜ୍ୟ ସରକାରଙ୍କ ଜନଜାତି ଯୋଜନା ଯୋଗୁଁ ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣୁଛନ୍ତି’’, ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ ବେଳେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଙ୍କାଶୋଳାଠାରେ ଆଦାନୀ ଦ୍ୱାରା ପ୍ରତିଷ୍ଠିତ କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ।

ଏହାସହିତ ମୟୂରଭଞ୍ଜ ଜିଲ୍ଲା ପାଇଁ ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବାରିପଦା ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା କରିଥିଲେ।

Comment