ଓଡ଼ିଶାଲାଇଭ୍‌ ବ୍ୟୁରୋ 

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅତିଥି ଅଧ୍ୟାପକ ପାଇଁ ନିଯୁକ୍ତି। ଜାନୁଆରି ୧୩ ଓ ୧୪ରେ ହେବ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ।

ରେଭେନ୍ସା ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ପ୍ରାର୍ଥୀମାନେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁରେ ଯୋଗ ଦେଇ ପାରିବେ। ଜାନୁଆରି ୧୩ ଓ ୧୪ ତାରିଖରେ ଏନେଇ ଇଣ୍ଟରଭ୍ୟୁ କରାଯିବ। ଏଜୁକେସନ, ହିନ୍ଦୀ, ଫିଲୋସୋଫି, ସାଇକୋଲୋଜି, ଫିଜିକ୍ସ ଓ ଜୁଲୋଜି ବିଭାଗରେ ଏହି ନିଯୁକ୍ତି ଦିଆଯିବ। ଏହାସହ ଇଣ୍ଟିଗ୍ରେଟେଡ ବି.ଇଡି ପାଇଁ ମଧ୍ୟ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏଜୁକେସନ୍‌/ଫାଉଣ୍ଡେସନ୍‌ କୋର୍ସ:

ପ୍ରାର୍ଥୀ ସୋସିଆଲ୍‌ ସାଇନ୍ସରେ ୫୫% ମାର୍କ ସହ ସ୍ନାତକୋତ୍ତର କରିବା ସହ ଏମ୍‌.ଏଡ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଓବା ବ୍ୟତୀତ ଏଜୁକେସନ୍‌ରେ ୫୫% ସହ ସ୍ନାତକୋତ୍ତର, ଏନ୍‌ଇଟି/ ପିଏଚ୍‌ଡି କରିବା ସହ ବି.ଏ/ବି.ଇଆଇ.ଏଡ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଶିକ୍ଷା ଶାସ୍ତ୍ର (ଓଡ଼ିଆ ଭାଷା/ଇଂରାଜୀ ଭାଷା/ମ୍ୟାଥେମେଟିକ୍ସ/ଫିଜିକାଲ ସାଇନ୍ସ):

ଓଡ଼ିଆ/ଇଂରାଜୀ ଭାଷା, ମ୍ୟାଥେମାଟିକ୍ସ ଏବଂ ଫିଜିକାଲ ସାଇନ୍ସରେ ୫୫% ସହ ସ୍ନାତକୋତ୍ତର, ଏମ୍‌ଇଡି ଡିଗ୍ରୀ ସହ ଏଜୁକେସନ୍‌ରେ ଏନ୍‌ଇଟି/ପିଏଚ୍‌ଡି ଡିଗ୍ରୀ (୫୫%) ହାସଲ କରିଥିବା ଆବଶ୍ୟକ।

ହେଲ୍‌ଥ ଏଣ୍ଡ ଫିଜିକାଲ ଏଜୁକେସନ୍‌:

ଫିଜିକାଲ ଏଜୁକେସନ୍‌ରେ ୫୫% ସହ ସ୍ନାକତୋତ୍ତର କରିଥିବା ଆବଶ୍ୟକ।

ଭିଜୁଆଲ୍‌ ଆର୍ଟସ୍‌:

ଫାଇନ୍‌ ଆର୍ଟରେ ୫୫% ସହ ସ୍ନାତକୋତ୍ତର କରିଥିବା ଆବଶ୍ୟକ।

ପର୍ଫମିଂ ଆର୍ଟ:

ମ୍ୟୁଜିକ/ଡ୍ୟାନ୍ସ/ଥିଏଟର୍‌ରେ ୫୫% ସହ ସ୍ନାତକୋତ୍ତର କରିଥିବା ଆବଶ୍ୟକ।

ଇଣ୍ଟରଭ୍ୟୁ ସମୟ

  • ଫିଜିକ୍ସ – ତାରିଖ(୧୩.୦୧.୨୦୨୦), ସମୟ(ଦିନ ୧୧ଟା)
  • ଫିଲୋସୋଫି – ତାରିଖ(୧୩.୦୧.୨୦୨୦), ସମୟ(ଦିନ ୧୨ଟା)
  • ସାଇକୋଲୋଜି – ତାରିଖ(୧୩.୦୧.୨୦୨୦), ସମୟ(ଦିନ ୨ଟା)
  • ଜୁଲୋଜି – ତାରିଖ(୧୩.୦୧.୨୦୨୦), ସମୟ(ଦିନ ୨ଟା)
  • ଏଜୁକେସନ – ତାରିଖ(୧୪.୦୧.୨୦୨୦), ସମୟ(ଦିନ ୧୧ଟା)
  • ହିନ୍ଦୀ – ତାରିଖ(୧୪.୦୧.୨୦୨୦), ସମୟ(ଦିନ ୧୧ଟା)

ଆବଶ୍ୟକୀୟ ପ୍ରମାଣପତ୍ର

  • ଓ୍ଵେବସାଇଟ୍‌ରୁ ଦରଖାସ୍ତ ଫର୍ମ ଡାଉନଲୋର୍ଡ କରି ତାକୁ ସଠିକ ଭାବେ ପୂରଣ କରିବେ। ପରେ ସେଥିରେ ପାସପୋର୍ଟ ସାଇଜ ଫଟୋ ଲଗାଇବେ।
  • ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଫଟୋ କପି ମଧ୍ୟ ଆବଶ୍ୟକ।
  • ଏହାସହ ସମସ୍ତ ଓରିଜିନାଲ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଇଣ୍ଟରଭ୍ୟୁକୁ ଆଣିଥିବା ଆବଶ୍ୟକ।
  • ଅଭିଜ୍ଞତା ପ୍ରମାଣତ୍ର ମଧ୍ୟ ଆବଶ୍ୟକ।

୧୩ ଓ ୧୪ ତାରିଖରେ ଏହି ସବୁ ପ୍ରମାଣପତ୍ର ସହ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ www.ravenshawuniversity.ac.in କୁ ଯାଇପାରିବେ।

Comment