ଓଡ଼ିଶାଲାଇଭ୍ ବ୍ୟୁରୋ

ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ମିଳିଛି ଏ++ ମାନ୍ୟତା। ନାକ ଟିମ୍‌ର ପରିଦର୍ଶନ ପରେ ପ୍ରଥମ ଥର ଲାଗି ରେଭେନ୍ସାକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍) ରାଙ୍କରେଭେନ୍ସା ବିଶ୍ଵବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି।

କିଛି ଦିନ ପୂର୍ବରୁ ରେଭେନ୍ସା ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଥିଲା। ନାର ୫ ଜଣିଆ କମିଟି ଗତ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ। ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସହ ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ++ ମାନ୍ୟତା ଦିଆଯାଇଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ।

Tags: #RavenshawUniversity #A++ #NAAC #AGrade #Odisha #Education

LEAVE A REPLY

Please enter your comment!
Please enter your name here