ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୮ ହଜାର ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଓଡ଼ିଶାରେ ୪୨୫ ପଦବୀରେ କରିପାରିବେ ଆବେଦନ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର୍ ସପୋର୍ଟ ଆଣ୍ଡ୍ ସେଲ୍ସ ବିଭାଗରେ ୮ ହଜାର ଜୁନିୟର୍ ଆସୋସିଏଟ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଜାନୁଆରି ୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ରେ ଆବେଦନ କରିପାରିବେ। ସାରା ଦେଶରେ ଥିବା ଏସ୍ବିଆଇର ବିଭିନ୍ନ ସର୍କଲରେ ଏହି ନିଯୁକ୍ତି ଦିଆଯିବ।
ପଦବୀ ସଂଖ୍ୟା
ଜୁନିୟର୍ ଆସୋସିଏଟ୍ ପଦବୀ – ୮ ହଜାର
ଜାଣନ୍ତୁ କେଉଁଠି, କେତେ ପଦବୀରେ ଦିଆଯିବ ନିଯୁକ୍ତି?
- ଅହମଦାବାଦ୍ – ୫୫୦
- ଅମରାବତୀ – ୧୫୦
- ବେଙ୍ଗାଳୁରୁ – ୪୭୫
- ଭୋପାଳ – ୭୦୦
- ବେଙ୍ଗଲ୍ – ୬୫୦
- ଭୁବନେଶ୍ୱର – ୪୨୫
- ଚଣ୍ଡିଗଡ – ୪୨୫
- ଚେନ୍ନାଇ – ୪୦୦
- ଦିଲ୍ଲୀ – ୩୯୩
- ଦିଲ୍ଲୀ-ଚଣ୍ଡିଗଡ଼ – ୯୭
- ହାଇଦ୍ରାବାଦ୍ – ୩୭୫
- ଜୟପୁର – ୫୦୦
- କେରଳ – ୪୦୦
- ଲକ୍ଷ୍ନୌ-ଦିଲ୍ଲୀ – ୮୬୫
- ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋ – ୮୬୫
- ମହାରାଷ୍ଟ୍ର – ୧୦
- ଉତ୍ତର-ପୂର୍ବ – ୩୧୫
- ପାଟନା – ୨୭୫
- ସ୍ପେଶାଲ୍ ରିକ୍ରୁଟମେଣ୍ଟ୍ ଡ୍ରାଇଭ୍(ଚଣ୍ଡିଗଡ଼-୭୦ ଏବଂ ଉତ୍ତର-ପୂର୍ବ-୬୦)
ଶିକ୍ଷାଗତ ଯୋଗ୍ୟତା
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବେ। ଅନ୍ତିମ ବର୍ଷ କିମ୍ବା ଶେଷ ସେମିଷ୍ଟାର୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ। ଯଦି ସେମାନେ ଚୟନ ପ୍ରକ୍ରିୟାରେ ସଫଳ ହୁଅନ୍ତି, ସେମାନଙ୍କୁ ୨୦୨୦ ଜାନୁଆରି ମାସ ୧ ତାରିଖ ପୂର୍ବରୁ ଗ୍ରାଜୁଏସନ୍ ପାସ କରିଥିବାର ପ୍ରମାଣ ଦେବାକୁ ପଡ଼ିବ।
ବୟସ ସୀମା
- ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ରଖାଯାଇଛି
- ଏସ୍ସି, ଏସ୍ଟିଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଥିବା ବେଳେ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୩ ବର୍ଷ କୋହଳ କରାଯାଇଛି
- ଭିନ୍ନକ୍ଷମ(ସାଧାରଣ ବର୍ଗ ଓ ଆର୍ଥିକ ଅନଗ୍ରସର ଶ୍ରେଣୀ) – ୧୦ ବର୍ଷ
- ଭିନ୍ନକ୍ଷମ(ଏସ୍ସି, ଏସ୍ଟି) – ୧୫ ବର୍ଷ
- ଭିନ୍ନକ୍ଷମ(ଓବିସି) – ୧୩ ବର୍ଷ
- ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳା ଓ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ମଧ୍ୟ ବୟସ ସୀମା କୋହଳ କରାଯାଇଛି
ଚୟନ ପ୍ରକ୍ରିୟା
- ପ୍ରିଲାମିନାରୀ ପରୀକ୍ଷା
- ମେନ୍ ପରୀକ୍ଷା
ପେ ସ୍କେଲ
ବେସିକ୍ ପେ’ ୧୩,୦୭୫ ଟଙ୍କା
ଆବେଦନ ଫି’
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଆପ୍ଲିକେସନ୍ ଫି’ ଏବଂ ଇଣ୍ଟିମେସନ୍ ଚାର୍ଜ ବାବଦରେ ୭୫୦ ଟଙ୍କା ଦାଖଲ କରିବାକୁ ପଡ଼ିବ। ଏସସି, ଏସଟି, ଭିନ୍ନକ୍ଷମ ଓ ଏକ୍ସ ସର୍ଭିସମ୍ୟାନ୍ ବର୍ଗର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।
ଆସନ୍ତା ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ପ୍ରିଲିମିନାରୀ ପରୀକ୍ଷା ଏବଂ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇପାରେ ବୋଲି ଏସ୍ବିଆଇର ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ପଦବୀ ସଂପର୍କିତ ସବିଶେଷ ତଥ୍ୟ ଓ୍ଵେବସାଇଟ୍ bank.sbi/careers କିମ୍ବା www.sbi.co.in/careers କୁ ଯାଇ ଜାଣିପାରିବେ।