ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଜେଲ୍‌ରୁ ଏସକର୍ଟରେ ବାହାରିଲେ ପୁଞ୍ଜିଲାଲ ମେହେର। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ବଲାଙ୍ଗିର ଜେଲରୁ ବାହାରିଛନ୍ତି। ମା’ ଇନ୍ଦୁମତି ମେହେରଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ ସେ ଜେଲରୁ ବାହାରିଥିବା ଜଣାପଡ଼ିଛି।

ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କର ଶୁକ୍ରବାର ଦିନ ୧୧ଟା ବେଳେ ଦେହାନ୍ତ ହୋଇଥିଲା। ଓକିଲ ତୀର୍ଥ ସାହୁ ପୁଞ୍ଜିଲାଲଙ୍କୁ ୧୫ ଦିନ ପାଇଁ ଜେଲରୁ ଛାଡ଼ିବାକୁ ନିବେଦନ କରିଥିଲେ। କିନ୍ତୁ କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଛନ୍ତି।

୨୦୧୮ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଥିବା ପାର୍ସଲ ବୋମା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବିବାହର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍‌ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ରିମା ଆହତ ହୋଇଥିଲେ। ଏହାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଚିଲାଲ

LEAVE A REPLY

Please enter your comment!
Please enter your name here