ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ ବିରାଟଙ୍କୁ ଅପେକ୍ଷା କରିଛି ଏକ ରେକର୍ଡ। ସେ ଆଉ ଗୋଟିଏ ଶତକ କଲେ ଘରୋଇ ମାଟିରେ ସର୍ବାଧିକ ଶତକ ସଚିନ ହାସଲ କରିବାରେ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ।

ସଚିନ ତେନ୍ଦୁଲକର ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି। ଏହା ମଧ୍ୟରୁ ୨୦ ଶତକ ସେ ଭାରତରେ ହାସଲ କରିଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ମାଟିରେ ୧୯ ଶତକ ହାସଲ କରିସାରିଛନ୍ତି। ଯଦି ଆଜି ମୁମ୍ଵାଇରେ ସେ ଆଉ ଗୋଟିଏ ଶତକ ହାସଲ କରନ୍ତି , ତାହେଲେ ସେ ସଚିନଙ୍କ ସମକକ୍ଷ ହେବେ।

ବିରାଟ କୋହଲି ଏକ ଖେଳ ଆରମ୍ଭଠୁ ଆଜି ଯାଏଁ ଅନେକ ରେକର୍ଡ କରି ଆସିଛନ୍ତି। ନିକଟରେ ବିରାଟ ଅଧିନାୟକ ଭାବେ ଦ୍ରୁତତମ ୧୧ ହଜାର ରନ୍‌ ପୂରଣ କରିଥିଲେ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଆଜି ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ଏହି ସିରିଜ ଜିତିବା ଲକ୍ଷ୍ୟରେ ରହିବ।

Comment