ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟୁତ ବିଲ୍ ପୈଠ କରିବାକୁ ସେସୁ ଦେଇଥିବା ଡେଡ୍ ଲାଇନ ଶେଷ ହୋଇଛି। ତଥାପି ଯେଉଁ ଉପଭୋକ୍ତାମାନେ ବିଲ୍ ଦେଇନାହାନ୍ତି ଗୁରୁବାରଠୁ ସେମାନଙ୍କ ଲାଇନ୍ କଟାଯିବ। ଏହି ଲାଇନ କାଟିବା ପ୍ରକ୍ରିୟା ପ୍ରଥମେ ଖୋର୍ଦ୍ଧାରୁ ଆରମ୍ଭ ହୋଇଛି। ୫୩ଟି ବ୍ୟବସାୟିକ ସଂସ୍ଥାରୁ ଲାଇନ କଟାଯାଇଥିବା ସୂଚନା ମିଳିଛି।
ଏହି ସଂସ୍ଥାଗୁଡ଼ିକ ବାକି ଥିବା ଲାଇନ୍ ବିଲ୍ ଦେଇନଥିବାରୁ ସେସୁ ପକ୍ଷରୁ ଲାଇନ କଟାଯାଇଛି। ସେସୁ ପକ୍ଷରୁ ନିୟୋଜିତ ୩୯ଟି ସ୍କ୍ୱାଡ ଦ୍ୱାରା ଏହି ଲାଇନ କାଟିବା ପ୍ରକିୟା ଚାଲିଛି।
ଜାନୁଆରି ୧୬ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ପଇଠ ନକଲେ ଉପଭୋକ୍ତାଙ୍କ ଘରୁ ବିଜୁଳି କଟିବ ବୋଲି ନିକଟରେ ସେସୁ ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସେହି ଅନୁସାରେ ଆଜିଠୁ ଖୋର୍ଦ୍ଧାରୁ ଲାଇନ୍ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp


















