ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଗୁରୁବାର ଏହାରି ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ୱ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୋମାର ଏହି ଶିଳାନ୍ୟାସ କରିଛନ୍ତି।

‘‘ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫-୬ ବର୍ଷ ମଧ୍ୟରେ କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କର କୃଷି ଅନୁକୂଳ ନୀତି ଯୋଗୁଁ ଦେଶରେ ଡାଲି ଉତ୍ପାଦନ ୧୪୦ ଲକ୍ଷ ଟନରୁ ୨୪୦ ଲକ୍ଷ ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ହେବ’’, କହିଛନ୍ତି କୃଷିମନ୍ତ୍ରୀ।

ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେଲେ ଡାଲି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆତ୍ମ ନିର୍ଭରଶୀଳ ହେବ।

ଅନ୍ୟପଟେ ଓଡ଼ିଶାକୁ ପୁଣି ଥରେ ଗୁରୁତ୍ୱ ଦେଇଥିବାରୁ କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

Comment