ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୨୭ ଶହ ୩ରେ ପହଞ୍ଚିଛି। ଏଥିରେ ୧୮ ବର୍ଷରୁ କମ୍ ୪୦୯ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୧,୫୭୯ ଓ ଲୋକାଲ କେଶ ୧,୧୨୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ଵିତୀୟରେ ରହିଛି ସୁନ୍ଦରଗଡ଼। ଏଠାରେ ୪୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୯୨୬ ରହିଛି। ଏହା ତଳକୁ ରହିଛି ସୁନ୍ଦରଗଡ଼ ୪୫୪ ଜଣ, ସୁନ୍ଦରଗଡ଼ ପରେ ଷ୍ଟେଟପୁଲରେ ୨୧୧,  କଟକ ୧୯୧, ସମ୍ବଲପୁରରେ ୧୭୯,  ଯାଜପୁର ୭୮, ବରଗଡ଼ ୭୫, ବାଲେଶ୍ଵର ୭୩, ବଲାଙ୍ଗିର ୫୪, ମୟୁରଭଞ୍ଜ ୪୨, ଦେଓଗଡ଼ ୩୭ ଜଣ ନୂଆ କେଶ୍ ରହିଛି।

ସେହିପରି କେନ୍ଦୁଝରରେ ୩୩, ଗଞ୍ଜାମ ୨୭, ରାୟଗଡ଼ା ୨୨, କୋରାପୁଟ ୧୯, ଜଗତସିଂହପୁର ଓ କଳାହାଣ୍ଡିରେ ୧୩ ଜଣ ଲେଖାଏଁ, ନୂଆପଡା ଏବଂ ସୋନପୁରରୁ ୧୦ ଜଣ ଲେଖାଏଁ, ଅନୁଗୁଳ ଓ ବୌଦ୍ଦରୁ ୭ ଜଣ ଲେଖାଏଁ, ନୟାଗଡ ଓ କେନ୍ଦ୍ରାପଡ଼ାର ୬ ଜଣ ଲେଖାଏଁ, ଭଦ୍ରକରୁ ୫, ଢ଼େଙ୍କାନାଳ ଓ କନ୍ଧମାଳରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ଜଣେ ମାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟରେ ୮ହଜାର ୨୩୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ  ୧୦ ଲକ୍ଷ ୬୨ ହଜାର ୪୭୬ ପଜିଟିଭ କେଶ ରହିଛି। ୧୦ ଲକ୍ଷ ୪୫ ହଜାର ୭୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comment