ଓଡ଼ିଶାଲାଇଭ୍‌ ବ୍ୟୁରୋcorona icmr ne guidelines

କରୋନା ସଂକ୍ରମଣ ମାମଲାରେ ରାଜ୍ୟରେ ଖୋର୍ଦ୍ଧା ଏବେ ଟପ୍‌ରେ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଜିଲ୍ଲାରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର ଏଡିଏମ୍‌ ବିଶାଳ ସିଂହ ଆଜି ସମୀକ୍ଷା ବୈଠକ କରିଛନ୍ତି।

ବୈଠକରେ ଖୋର୍ଦ୍ଧା ପୌରାଞ୍ଚଳ, ବେଗୁନିଆ, ବୋଲଗଡ଼ ଓ ଟାଙ୍ଗି ସ୍ଥିତି ନେଇ ଆଲୋଚନା କରାଯାଇଛି। କରୋନାଜନିତ ମୃତ୍ୟୁସଂଖ୍ୟା ହ୍ରାସ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।BGU

ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯିବ। ଏନଫୋର୍ସମେଣ୍ଟ କଡ଼ାକଡ଼ି ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଖୋର୍ଦ୍ଧାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୦୪ରେ ପହଞ୍ଚିଛି। ୩୯୦୧ ଜଣ ସୁସ୍ଥ ହୋଇଥିଲା ବେଳେ ୨୯ ଜଣଙ୍କର ମୃତ୍ୟ ଘଟିଛି।

Comment