ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨.୨ ପ୍ରତିଶତ ଅଧିକ ମତଦାନ ହୋଇଥିବା ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ଟି ଜିଲ୍ଲାର ୨୦୦ ଜିଲ୍ଲା ପରିଷଦ, ୧,୬୬୯ ପଞ୍ଚାୟତ ଏବଂ ୨୨,୩୭୯ ଓ୍ଵାର୍ଡରେ ନିର୍ବାଚନ ଶେଷ ହୋଇଛି। କୋଭିଡ ନିୟମ ପାଳନ କରାଯାଇ କେନ୍ଦ୍ର ଗୁଡ଼ିକରେ ମତଦାନ କରାଯାଇଥିଲା।

ଅନୁଗୁଳରେ ୮୨.୬ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ଵର ଜିଲ୍ଲାରେ ୭୬.୫୮ ପ୍ରତିଶତ, ବଲାଙ୍ଗିର ଜିଲ୍ଲାରେ ୭୦.୨୪ ପ୍ରତିଶତ, ବରଗଡ଼ ଜିଲ୍ଲାରେ ୭୯.୩୭ ପ୍ରତିଶତ ଓ ଭଦ୍ରକ ଜିଲ୍ଲାରେ ୭୬.୫ ପ୍ରତିଶତ ମତନାନ କରିଛନ୍ତି ଭୋଟର।

ସେହିପରି ବୌଦ୍ଧ ଜିଲ୍ଲାରେ ୮୪.୭ ପ୍ରତିଶତ, କଟକ ଜିଲ୍ଲାରେ ୭୬.୮୭ ପ୍ରତିଶତ, ଦେଓଗଡ଼ ଜିଲ୍ଲାରେ ୮୩.୭୫ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାରେ ୭୮.୯୪ ଭୋଟର ମତଦାନ କରିଥିବାବେଳେ ଗଜପତି ଜିଲ୍ଲାରେ ୭୯.୫୭ ପ୍ରତିଶତ ମତଦାନ ହୋଇଛି। ଏହା ସହ ଗଞ୍ଜାମ ଜିଲ୍ଲାରେ ମୋଟ ୬୪.୯୬ ପ୍ରତିଶତ ମତଦାନ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରେ ୭୭.୫୭ ପ୍ରତିଶତ ମତଦାନ ହୋଇଛି।

ଯାଜପୁର ଜିଲ୍ଲାରେ ୭୪.୫ ପ୍ରତିଶତ, ଝାରସୁଗୁଡ଼ାରେ ୮୨.୧ ପ୍ରତିଶତ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ସହ କଳାହାଣ୍ଡି ଜିଲ୍ଲାରେ ୮୧.୧୨ ପ୍ରତିଶତ, କନ୍ଧମାଳ ଜିଲ୍ଲାରେ ୭୬.୩୩ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୧.୭୬ ପ୍ରତିଶତ ଏବଂ କେନ୍ଦୁଝର ଜିଲ୍ଲାରେ ୭୮.୪୩ ପ୍ରତିଶତ ମତଦାନ ହୋଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୭୧ ପ୍ରତିଶତ ମତଦାନ କରିଛନ୍ତି ଭୋଟର। କୋରାପୁଟ ଜିଲ୍ଲାରେ ୮୦.୨, ମାଲକାନଗିରି ଜିଲ୍ଲାରେ ୭୭.୮୬ ପ୍ରତିଶତ, ମୟୁରଭଞ୍ଜ ଜିଲ୍ଲାରେ ୭୮.୪୨ ପ୍ରତିଶତ, ନବରଙ୍ଗପୁର ଜିଲ୍ଲାରେ ୮୦.୫୪ ପ୍ରତଶତ ଏବଂ ନୟାଗଡ଼ ଜିଲ୍ଲାରେ ୭୩.୬୩ ପ୍ରତିଶତ ମତଦାନ ହୋଇଛି।

ଏହା ସହ ନୂଆପଡ଼ା ଜିଲ୍ଲାରେ ୭୫.୫୭ ପ୍ରତିଶତ, ପୁରୀ ଜିଲ୍ଲାରେ ୭୬.୩୨ ପ୍ରତିଶତ, ରାୟଗଡ଼ା ଜିଲ୍ଲାରେ ୭୬.୯୫ ପ୍ରତିଶତ, ସମ୍ବଲପୁର ଜିଲ୍ଲାରେ ୭୭.୨୫ ପ୍ରତିଶତ, ସୁବର୍ଣ୍ଣପୁର ଜିଲ୍ଲାରେ ୮୧ ପ୍ରତିଶତ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ  ୭୨.୬୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ। ୧,୫୧୪ ପଞ୍ଚାୟତ, ୨୦,୪୩୬ ଓ୍ଵାର୍ଡରେ ମତଦାନ କରାଯିବ।

Comment