ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣତି ଚାଲିଛି। ଏହା ତିନି ଦିନ ଧରି ଚାଲିବ। ଏବେ ସମସ୍ତଙ୍କ ନଜର କିଏ ମାରିବ ପଞ୍ଚାୟତ ବାଜି।

ଜିଲ୍ଲାର ବ୍ଲକ ସଦର ମହକୁମାରେ ଖୋଲାଯାଇଥିବା ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଗଣତି କେନ୍ଦ୍ର ନିକଟରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାରିକେଡ୍ କରାଯାଇଛି। ଆସନ୍ତା ଫେବ୍ରୁଆରି ୨୭ ତାରିଖ ୩୦୭ ଓ ଫେବ୍ରୁଆରି ୨୮ ତାରିଖରେ ୨୨୯  ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରାଯିବ। ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ଗୋଟିଏ ପଞ୍ଚାୟତ ପାଇଁ ଗୋଟିଏ ଟେବୁଲ ରହିଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜିତ ରହିଛନ୍ତି। ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ମତଦାନ ସାବ୍ୟସ୍ତ କରିଥିଲେ ଭୋଟର।

Comment