ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବାର୍‌ କାଉନସିଲ୍‌ରେ ନିଯୁକ୍ତି ସୁଯୋଗ। ୬ଟି ପଦବୀ ପାଇଁ କରିପାରିବେ ଆବେଦନ।

ଓଡ଼ିଶା ବାର୍‌ କାଉନସିଲରେ ବିଭିନ୍ନ ପଦବୀ ପାଇଁ ସମୁଦାୟ ୬ ଜଣଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନିୟର ଷ୍ଟେନୋ, ଜୁନିୟର ଆସିଷ୍ଟାଣ୍ଟ ଓ ଆକାଉଣ୍ଟସ ଆସିଷ୍ଟାଣ୍ଟ୍ ପଦବୀରେ ନିଯୁକ୍ତି ଦିଆଯିବ। ଉଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରି ୧ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ସଂଖ୍ୟା

  • ଜୁନିୟର ଷ୍ଟେନୋଗ୍ରାଫର୍ – ୧
  • ଜୁନିୟର ଆସିଷ୍ଟାଣ୍ଟ୍ – ୨
  • ଆକାଉଣ୍ଟସ ଆସିଷ୍ଟାଣ୍ଟ୍ – ୩

ଶିକ୍ଷାଗତ ଯୋଗ୍ୟତା

ଜୁନିୟର୍ ଷ୍ଟେନୋଗ୍ରାଫର – ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ। କମ୍ପ୍ୟୁଟରରେ ପିଜିଡିସିଏ କରିଥିବେ। ଇଂରାଜୀରେ ୪୦ ଓ୍ୱାର୍ଡ ପର୍ ମିନିଟ୍, ଓଡିଆରେ ୨୦ ଓ୍ୱାର୍ଡ ପର୍ ମିନିଟ୍ ଓ ଇଂରାଜୀ ସର୍ଟହ୍ୟାଣ୍ଡରେ ୮୦ ଓ୍ୱାର୍ଡ ପର୍ ମିନିଟ ସ୍ପିଡ ଟାଇପ କରିପାରୁଥିବା ଦରକାର। ଓଡିଆ ଭାଷାରେ କହିବା, ଲେଖିବା ଓ ପଢିବା ଦକ୍ଷତା ଥିବ। ଏହାସହ ମଧ୍ୟମା କିମ୍ବା ଏଚ.ଏସ.ଇ ପରୀକ୍ଷା ପର୍ଯ୍ୟନ୍ତ ଓଡିଆ ବିଷୟ ନେଇ ପାଠ ପଢ଼ିଥିବେ ପ୍ରାର୍ଥୀ।

ଜୁନିୟର ଆସିଷ୍ଟାଣ୍ଟ୍ – ପ୍ରାର୍ଥୀ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ। କମ୍ପ୍ୟୁଟରରେ ପିଜିଡିସିଏ କରିଥିବେ କିମ୍ବା କମ୍ପ୍ୟୁଟର ଟାଲି ଜାଣିଥିବେ। ଓଡିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଦକ୍ଷତା ଥିବ। ମଧ୍ୟମା କିମ୍ବା ଏଚଏସଇ ପରୀକ୍ଷା ପର୍ଯ୍ୟନ୍ତ ଓଡିଆ ବିଷୟ ନେଇ ପାଠ ପଢ଼ିଥିବେ।

ଆକାଉଣ୍ଟସ ଆସିଷ୍ଟାଣ୍ଟ୍ – ପ୍ରାର୍ଥୀ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିବେ। କମ୍ପ୍ୟୁଟରରେ ପିଜିଡିସିଏ କରିଥିବେ କିମ୍ବା କମ୍ପ୍ୟୁଟର ଟାଲି ଜାଣିଥିବେ। ଓଡିଆ ଭାଷାରେ କହିବା, ଲେଖିବା ଓ ପଢିବା ଦକ୍ଷତା ଥିବ। ମଧ୍ୟମା କିମ୍ବା ଏଚଏସଇ ପରୀକ୍ଷା ପର୍ଯ୍ୟନ୍ତ ଓଡିଆ ବିଷୟ ନେଇ ପାଠ ପଢିଥିବେ।

ବୟସ

  • ୨୧ରୁ ୩୨ ବର୍ଷ
  • ଏସ୍‌ସି, ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ
  • ଏସଇବିସି ଓ ମହିଳାଙ୍କ ପାଇଁ ୩ ବର୍ଷ କୋହଳ

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ପରୀକ୍ଷା
  • ସାକ୍ଷାତକାର

ଦରମା 

୧୫,୦୦୦ ଟଙ୍କା

ଆବେଦନ କରିବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର

  • ମାଟ୍ରିକ ସାର୍ଟିଫିକେଟ
  • ଗ୍ରାଜୁଏସନ୍‌ ସାର୍ଟିଫିକେଟ ଓ ମାର୍କସିଟ୍‌
  • କ୍ୟାରେକ୍ଟର ସାର୍ଟିଫିକେଟ
  • ପିଜିଡିସିଏ ସାର୍ଟିଫିକେଟ
  • ୨ଟି ପାସ୍‌ପୋର୍ଟ ସାଇଜ ଫଟୋ କପି

କେମିତି କରିବେ ଆବେଦନ?

ଅଧିକ ତଥ୍ୟ ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.odishabarcouncil.org ରେ ଲଗଇନ୍ କରିପାରିବେ। ଏହାସହ ଓ୍ଵେବସାଇଟରୁ ଫର୍ମ ଡାଉନଲୋର୍ଡ କରି ଆବେଦନ କରିପାରିବେ। ଫର୍ମକୁ ସଠିକ ଭାବେ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସହ ନିମ୍ନ ଲିଖିତ ଠିକଣାରେ ପୋଷ୍ଟ କରିବେ।

ଠିକଣା: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନ୍‌ସିଲ, ହାଇକୋର୍ଟ ଆନେକ୍ସ, କଚେରୀ ରୋଡ୍‌, ଚାନ୍ଦିନୀ ଛକ, କଟକ-୭୫୩୦୦୨।

 

Comment