ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵାଙ୍ଖଡେର ବଦଲା ରାଜକୋଟରେ ନେଲା ଟିମ୍‌ ଇଣ୍ଡିଆ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି। ଏହା ମ୍ୟାଚରେ ଭାରତ ୩୬ରନ୍‌ରେ ବିଜୟୀ ହୋଇଛି। ଓ୍ଵାଙ୍ଖଡେ ଷ୍ଟାଡିୟମରେ ଶୋଚନୀୟ ପରାଜୟରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଛି। ଫଳରେ ଭାରତର ସିରିଜ ବିଜୟୀ ହେବା ଆଶା ବଢ଼ିଯାଇଛି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଦୁଇ ଓପନର ଧାଓ୍ଵନ ଓ ରୋହିତ ଭଲ ଆରମ୍ଭ କରିଥିଲେ। ହେଲେ ରୋହିତ ୪୨ ରନ୍‌ କରି ଆଉଟ ହୋଇଯାଇଥିଲା।

ପରେ ପ୍ରଥମ ଓ୍ଵିକେଟରେ ବିରାଟ କୋହଲି ଯୋଗ ଦେଇଥିଲେ। ଏଥିରେ ଶିଖର ଧାଓ୍ଵନ ୯୬ ରନ୍‌ ଓ ବିରାଟ କୋହଲି ୭୮ ରନ୍‌ କରିଥିଲେ। ପରେ ଶ୍ରେୟାସ ଓ ଶିଖର ଧାଓ୍ଵନ ଆଉଟ ହେବା ପରେ ଲୋକେଶ ରାହୁଲ ବ୍ୟାଟିଂ ଆସି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ। ରାହୁଲ ୮୦ ରନ୍‌ କରିଥିଲେ। ଫଳରେ ଦଳ ୩୪୦ ରନ୍‌ କରିବାରେ ସକ୍ଷମ ହୋଇଥିଲା।

୩୪୧ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ଦଳ। ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ଓପନର ଏହି ମ୍ୟାଚରେ ବିଫଳ ହୋଇଥିଲେ। ହେଲେ ପରେ ଷ୍ଟିଭେନ ସ୍ମିଥ ବ୍ୟାଟିଂ କରି ଭାରତୀୟ ଦଳର ଚିନ୍ତା ବଢ଼ାଇ ଦେଇଥିଲେ। ହେଲେ ସେ ୯୮ ରନ୍‌ କରି ଆଉଟ ହୋଇଯିବା ପରେ କୈଣସି ବି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ। ଫଳରେ ଅଷ୍ଟ୍ରେଲିଆ ୩୦୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

Comment