ଓଡ଼ିଶାଲାଇଭ୍ ବ୍ୟୁରୋ

ପିକ୍‌ନିକ୍‌ ହେଲା କାଳ। ଝରଣାରେ ଗାଧୋଉ ଥିବା ବେଳେ ବୁଡ଼ି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ। ଏଭଳି ଅଘଟଣ ଘଟିଛି ସମ୍ଵଲପୁର ଦେବଝରନ୍ ଜଳପ୍ରପାତରେ। ଛାତ୍ର ଦୁଇ ଜଣ ସମ୍ଵଲପୁର ଭିସୁଟ ଇଞ୍ଜିନିୟରିଂ କଲେଜର। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଭୋପାଳର ସୌମ୍ୟରଞ୍ଜନ ବେହୁରିଆ ହୋଇଥିବା ବେଳେ ଅନ୍ୟ ଜଣେ ହୀରାକୁଦର ଅଭିଜିତ ସାମଲ।

ଆଜି ସକାଳେ ସମ୍ଵଲପୁର ଭିସୁଟ ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ୪୦ ଜଣ ଛାତ୍ରଛାତ୍ରୀ ପିକ୍ନିକ୍ ପାଇଁ ଜୁଜୁମରାର ଦେବଝରନ୍ ଜଳପ୍ରପାତକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ସୌମ୍ୟରଞ୍ଜନ ଓ ଅଭିଜିତଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ।

ପରେ ସେମାନଙ୍କୁ ପାଣିରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comment