ଓଡିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୦ ତାରିଖରେ ନିର୍ଭୟା ଦୋଷୀ ପବନର ସ୍ପେଶାଲ ଲିଭ୍‌ ପିଟିସନ୍‌(ଏସ୍‌ଏଲ୍‌ପି) ଉପରେ ଶୁଣାଣି ହେବ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏସ୍‌ଏଲ୍‌ପିକୁ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ପବନ।

ନିର୍ଭୟା ଅପରାଧ ସମୟରେ ଦୋଷୀ ପବନ ନାବାଳକ ଥିବା ଦର୍ଶାଇ ଏହି ପିଟିସନ୍‌ ଦାଖଲ କରିଥିଲା। ଏନେଇ ସେ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲା। ଏହାକୁ ହାଇକୋର୍ଟ ଖାରଜ କରିବା ପରେ ଏବେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରସ୍ଥ ହୋଇଛି।

ନିର୍ଭୟା ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ଜାନୁଆରି ୭ ତାରିଖରେ ଶୁଣାଣି କରିଥିଲେ ପଟିୟାଲା ହାଉସ୍‌ କୋର୍ଟ। ଏହାପରେ ଦୋଷୀ ବିନୟ ଶର୍ମା ଓ ମୁକେଶ ଫାଶୀରୁ ବଞ୍ଚିବାକୁ କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଥିଲେ। ଏହାକୁ ଖାରଜ କରିଥିଲେ ସୁପ୍ରିମ କୋର୍ଟ।

ଏହାପରେ ପୁଣି ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ଏହା ଖାରଜ ହେବା ପରେ ଫାଶୀ ତାରିଖକୁ ପୁଣି ଘୁଞ୍ଚା ଯାଇଛି। ଫଳରେ ସମସ୍ତ ଦୋଷୀ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

Comment