ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟିତଳୁ ଉଦ୍ଧାର ହେଲା ଜଣେ ମହିଳାଙ୍କ ମୃତଦେହ। ସମ୍ଵଲପୁର ଆମ୍ଵୁରେଇ ଜଙ୍ଗଲରେ ଏକ ମାଟିତଳୁ ଏହି ମୃତଦେହକୁ ଉଦ୍ଧାର କରାଯାଇଛି। ମାଜିଷ୍ଟ୍ରେଟ ଓ ଫୋରେନ୍ସିକ୍‌ ଟିମ୍‌ ଉପସ୍ଥିତିରେ ମାଟିତଳୁ ମୃତଦେହକୁ ବାହାର କରାଯାଇଛି।

ମୃତଦେହ ବାହାଲପଡ଼ାର ଜଣେ ବିବାହିତା ମହିଳାଙ୍କର। ମହିଳାଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ପୋଲିସ ପ୍ରୟାସ କରୁଛି। ସନ୍ଦେହରେ ମହିଳାଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏନେଇ ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।

Comment