ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ବି ପିନ୍ଧିବେ ହେଲମେଟ୍‌। ଫେବ୍ରୁଆରି ପହିଲାରୁ ସାରା ରାଜ୍ୟରେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଶନିବାର ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ୍‌ ନିୟମ ଅନୁଯାୟୀ ବାଇକ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ନିୟମ ରହିଛି। ହେଲେ ରାଜ୍ୟରେ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯାଇ ନଥିଲା। କିନ୍ତୁ, ଏବେ ବାଇକ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ନ ପିନ୍ଧିଲେ ଜରିମାନା ଦେବେ।

ଗତ ଡିସେମ୍ବରରୁ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଠିକ୍‌ କରିବାକୁ କୋହଳ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ।

Comment