ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପ ପ୍ରଜା ସଂଗ୍ରାମ ସମିତି। ଏହି ବନ୍ଦ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ବଜାର ଦର ଆଧାରରେ ମୂଲ୍ୟ ଦେବା ଓ କ୍ଷୟକ୍ଷତି ମାମଲାର ବିଚାର ପାଇଁ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ ସମିତି ପକ୍ଷରୁ ଦାବି କରାଯାଇଛି।

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକ୍‌ରେ ଏହାର ପ୍ରଭାବ ଦେଖାଦେଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ଏବଂ ଯାନ ବାହନ ଚଳାଚଳ ଠପ୍‌ ହୋଇପଡ଼ିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କିଲୋମିଟର ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ବେଳେ ୯୮ଟି ଗ୍ରାମରୁ ୨୨୮୬ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ। ଯାହା ଫଳରେ ପ୍ରାୟ ୫ ହଜାରରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ହେଲେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

Comment