ଓଡିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଜିଲ୍ଲା ଆଇଆର୍‌ବି ଯବାନମାନେ ପ୍ରଶିକ୍ଷଣ ନେଲା ବେଳେ ଆଜି ଏକ ଅଘଟଣ ଘଟିଛି। ପ୍ରଶିକ୍ଷଣ ନେଉଥିବା ଜଣେ ଆଇଆର୍‌ବି ଯବାନ ମହାନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

ମୃତ ଯବାନ ଜଣକ କନ୍ଧମାଳର ପ୍ରଦ୍ୟୁମ୍ନ ପଣ୍ଡା ବୋଲି ସୂଚନା ମିଳିଛି। ଆଜି ବୌଦ୍ଧ ଜିଲ୍ଲା ଓଡ୍ରାଫ୍ ଟିମ୍ ପକ୍ଷରୁ ବାଙ୍କପାଳ ଘାଟ ମହାନଦୀ ବ୍ରିଜ୍ ନିକଟରେ ଟ୍ରେନିଂ ଦିଆଯାଉଥିଲା। ଏହି ସମୟରେ ସମ୍ପୃକ୍ତ ଯବାନ ଜଣକ ମହାନଦୀରେ ନିଖୋଜ ହୋଇଯାଇଥିଲେ।ବହୁ ଖୋଜାଖୋଜି କରିବା ପରେ ଓଡ୍ରାଫ୍ ଟିମ୍ ପ୍ରଦ୍ୟୁମ୍ନଙ୍କ ମୃତଦେହ ଉଦ୍ଧାର କରିଛି। କିଛି ସମୟ ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

Comment