ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

୨୪ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ପର୍ଯ୍ୟଟନର ବିକାଶ ପାଇଁ ମାନସମସ୍ଥନ ହେବ। ଯେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ ତାହାର ବିକାଶ ପାଇଁ ଉଦ୍ୟମ କରାଯିବ।

ଇକୋ ରିଟ୍ରିଟ୍‌ରେ ମନ୍ତ୍ରୀ ଓ ସଚିବମାନଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ‘‘ଓଡ଼ିଶାର ପର୍ଯ୍ୟଟନକୁ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସାମ୍ନାରେ ରଖାଯିବ। ଏହାଦ୍ଵାରା ରାଜ୍ୟର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ।’’

ଫିକିର ସହଯୋଗିତାରେ ଏହି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଓଡ଼ିଶା ପର୍ଯ୍ୟଟନକୁ ଆଉ ପାଦେ ଆଗେଇବା ପାଇଁ ଚଳିତବର୍ଷ ପ୍ରଥମଥର ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here