ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳନ ହେଲା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିଛନ୍ତି।ସାରା ଦେଶରେ ଆଜି ୭୧ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ରାଜ୍ୟରେ ମଧ୍ୟ ଏହାକୁ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡର ଆୟୋଜନ କରାଯାଇଥିଲା। ଏହି ପରେଡରେ ୧୨ଟି ପ୍ରଜ୍ଞାପନ ମେଢ଼ ଓ ୪୮ଟି ଗ୍ରୁପ୍ ଭାଗ ନେଇଥିଲେ।

ଏଥିସହିତ ଏହି ଉତ୍ସବରେ ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ।

Comment