ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିସିଡି ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଦେଶରେ ଅଖଣ୍ଡତା ଓ ଭାଇଚାରକୁ ବଜାଇ ରଖିବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ରାଜ୍ୟର ବିକାଶ ଦିଗରେ ସମସ୍ତେ ସାମିଲ ହେବା ଦରକାର। ରବିବାର ଏହି ପରେଡ଼ରେ ୪୦ଟି ଗ୍ରୁପ୍ ଭାଗନେଇଥିବା ବେଳେ ବିଭିନ୍ନ ବିଭାଗର ୧୦ ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା।

ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଜିଲ୍ଳାପାଳ ପ୍ରମୋଦ କୁମାର ବେହେ, ଏସପି ଶର୍ବଣା ବିବେକ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ  ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଶେଷରେ ମୁଖ୍ୟ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଓ ପରେଡରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଗ୍ରୁପକୁ ପୁରସ୍କୃତ କରିଥିଲେ।

Comment