ଓଡ଼ିଶାଲାଇଭ୍ ବ୍ୟୁରୋ
ଡରାଉଛି କୋରୋନା ଭାଇରସ୍। ଏହାର ସତର୍କତା ଓ ମୁକାବିଲା ପାଇଁ ଆଜି ସବୁ ଜିଲ୍ଲାର ସିଡିଏମ୍ଓଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ସଚିବ। କୋରୋନା ଭାଇରସ୍କୁ ନେଇ ସମସ୍ତ ଜିଲ୍ଲା ମେଡିକାଲରେ ପ୍ରସ୍ତୁତି ରହିବା ନେଇ ଆଲୋଚନା କରାଯାଇଛି।
ଆଜି ସୁଦ୍ଧା ୧୨ଟି ଦେଶରୁ ୪ହଜାର ୫୭୫ ପଜଟିଭ କେସ ଆସିଛି। କେବଳ ଚୀନରେ ୧୦୬ଜଣ ପ୍ରାଣ ହରାଇଛନ୍ତି। ୯୮ ପ୍ରତିଶତ କେସ୍ ଚୀନରୁ ଆସିଛି। କୌଣସି ଔଷଧ ନଥିବାରୁ ପ୍ରତିଷେଧକ ଭାବେ ସତର୍କ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।
ଅନ୍ୟପଟେ ଏହି ଭାଇରସ ଯୋଗୁଁ ଏଯାଏଁ ଚୀନରେ ୧୦୬ ଜଣଙ୍କ ଜୀବନ ଗଲାଣି। ୩ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଶହ ଜଣଙ୍କ ନିକଟରେ କୋରୋନା ଭାଇରସ ଚିହ୍ନଟ ହୋଇଛି। କୋରୋନା ଯୋଗୁଁ ଚୀନର ଚିନ୍ତା ବଢ଼ିଛି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡୋସ ଉଧୈନୋମ ଗ୍ରେବ୍ରୋୟସ ଚୀନରେ ପହଞ୍ଚିଛନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଚୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କତା ଜାରି କରାଯାଇଛି। ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।