ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବସ୍‌ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷ ବସିଲେ ଗଣିବାକୁ ପଡ଼ିବ ତଣ୍ଡ। ଘରୋଇ ଓ ସରକାରୀ ବସ୍‌ରେ ମହିଳା ଯାତ୍ରୀମାନେ ଯେପରି ସୁରକ୍ଷିତ ଯାତ୍ରା କରିବେ, ସେନେଇ କମିସନରେଟ୍‌ ପୋଲିସ ଗୁରୁତ୍ଵ ଦେଇଛି। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ମଙ୍ଗଳବାର ପୋଲିସ ଭବନରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଘରୋଇ ବସ୍‌ ମାଲିକ ସଂଘ ଓ ସରକାରୀ ବସ୍‌ ପରିଚାଳନା କରୁଥିବା କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରାଙ୍କ ମଧ୍ୟରେ ବୈଠକ ବସିଥିଲା। ଅନୁଷ୍ଠିତ ଏହି ବୈଠକରେ ବସ୍‌ରେ ଏକ ଏମରଜେନ୍ସି ଫୋନ୍‌ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି।

ଯଦି କୌଣସି ମହିଳା ଅସଦାଚରଣର ଶିକାର ହୁଅନ୍ତି, ତେବେ ସେମାନେ ଉକ୍ତ ଏମରଜେନ୍ସି ନମ୍ବରରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ମହିଳାମାନେ ଏହି ନମ୍ବରରେ ଏସ୍‌ଏମ୍‌ଏସ୍‌ ଓ ହ୍ଵାଟ୍ସଆପ୍‌ କରିପାରିବେ। ଅଭିଯୋଗ ପାଇବା କ୍ଷଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment