ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମତେ ମନ୍ଦ ଉଦ୍ଦେଶ୍ୟ ରଖି ବଦନାମ କରାଯାଉଛି। ନିର୍ବଚାନ ଖର୍ଚ୍ଚ ସମ୍ପର୍କରେ ସମସ୍ତ ତଥ୍ୟ ମୁଁ ନିର୍ବାଚନ କମିସନଙ୍କୁ ଦେଇ ସାରିଛି। କେନ୍ଦ୍ରାପଡ଼ାର ବିକାଶ ପାଇଁ ଯୁବ କନ୍‌କ୍ଲେଭ ପାଇଁ ପଦକ୍ଷେପ ନେଉଛି। ସେହି ସମୟରେ ଏହି ଅଭିଯୋଗ ଆସିଛି। ଭଲ କାମରୁ ଦୃଷ୍ଟି ହଟାଇବାର ଏହା ଏକ ଷଡ଼ଯନ୍ତ୍ର” କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

ନିର୍ବାଚନ ସମୟରେ ତିଆରି ହୋଇଥିବା ଫ୍ଲେକ୍ସ ଓ ପୋଷ୍ଟର ବାବଦକୁ ବାକି ଟଙ୍କା ଦେଇ ନଥିବାରୁ ଅନୁଭବଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି।

ସ୍ମୃତି ରଞ୍ଜନ ସ୍ଵାଇଁ କେନ୍ଦ୍ରାପଡ଼ା ସଦରଥାନା ଗରାପୁରଠାରେ ବଳଦେବଜିୟୁ ଆଡ୍ ମିଡିଆ ନାମକ ଏକ ଫ୍ଲେକ୍ସ ପ୍ରିଣ୍ଟିଂ କମ୍ପାନିର ମାଲିକ। ସ୍ମୃତି ରଞ୍ଜନ କେନ୍ଦ୍ରାପଡ଼ା ସଦର ଥାନାରେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି।

ସ୍ମୃତିଙ୍କ ଅଭିଯୋଗ ଅନୁସାରେ ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଅନୁଭବ ମହାନ୍ତି ବିଜୁ ଜନତାଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିଲେ। ସେହି ନିର୍ବାଚନରେ ଅନୁଭବ ବ୍ୟାନର, ପୋଷ୍ଟର, ଷ୍ଟିକର, ହୋର୍ଡିଂ ଆଦି ବାବଦକୁ ୩୨ ଲକ୍ଷ ୫୬ ହଜାର ୪୦୦ ଟଙ୍କାର କାମ କରାଇଥିଲେ।

ଅନୁଭବ ୩ଟି କିସ୍ତିରେ ତାଙ୍କୁ ୨୧ଲକ୍ଷ ୧୦ ହଜାର ୯୬୧ ଟଙ୍କା ଦେଇଥିଲେ। ବାକି ୧୧ ଲକ୍ଷ ୪୫ ହଜାର ୪୩୯ ଟଙ୍କା ଅନୁଭବ ତାଙ୍କୁ ପରେ ଦେଇଦେବାକୁ କହିଥିଲେ। ହେଲେ ସାଂସଦ ଭାବେ ନିର୍ବାଚିତ ହୋଇ ସାରିବା ପରେ ବାକି ଟଙ୍କା ଦେବାକୁ କହି ଆଉ ଦେଉ ନାହାନ୍ତି। ବାରମ୍ବାର ସ୍ମୃତି ରଞ୍ଜନ ଅନୁଭବଙ୍କୁ ମାଗି ମାଗି ନିରାଶ ହେବା ପରେ ଏବେ ପୋଲିସର ସହାୟତା ଲୋଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here