ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି କୋରୋନା ଭାଇରସ। ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୨୧୩କୁ ବୁଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରକୁ ବୃଦ୍ଧି ହୋଇଛି। ଚୀନରୁ ପ୍ରାୟ ୧୫ଟି ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି।

ଏହାକୁ ଦୃଷ୍ଟିରେ ରଖି ଉଦବେଗ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏଥିସହିତ କୋରୋନାକୁ ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍‌ସୀ( ଅନ୍ତର୍ଜାତୀୟ ଜୁରରୀକାଳୀନ ପରିସ୍ଥିତି) ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହି ବିପଦକୁ ମିଳିମିଶି  ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡରସ୍‌ ଅଧନମ୍‌।

ଟେଡରସ୍‌ ଗତ ସପ୍ତାହରେ ଚୀନ ଗସ୍ତ କରିଥିଲେ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଚୀନରେ କୋରୋନାର ସ୍ଥିତି ଅନୁଧ୍ୟାନ କରିଥିଲେ।

Comment