ଓଡ଼ିଶାଲାଇଭ୍ ବ୍ୟୁରୋ

ଆନନ୍ଦପୁର ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ବ୍ୟାରେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଶୁକ୍ରବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜକୁ ଉଦଘାଟନ କରିଛନ୍ତି।

ଏହି ବ୍ୟାରେଜର ନିର୍ମାଣ ପାଇଁ ରାଜ୍ୟ ସରକାର ମୋଟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ରହିଥିବାବେଳେ ଏଥିରେ ୩୫୦ ଲକ୍ଷ ଘନମିଟର ଜଳ ସଂରକ୍ଷିତ ହୋଇ ରହିପାରିବ।

ଏହି ବ୍ୟାରେଜର ନିର୍ମାଣ ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ହାଟଡ଼ିହି ଓ ଘସିପୁରା ବ୍ଲକ ଓ ବାଲେଶ୍ୱର ଜିଲ୍ଲାର ଖଇରା, ଓଉପଦା, ନୀଳଗିରି, ବାହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ପ୍ରାୟ ୬୦ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ।

Comment