ଓଡ଼ିଶାଲାଇଭ୍ ବ୍ୟୁରୋ

 ସଂସଦରେ ଶନିବାର ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ବଜେଟର କେତେକ ବିଷୟକୁ ନବୀନ ପ୍ରଂଶସା କରିଥିବାବେଳେ ଆଉ କେତେକ ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥର ବଜେଟରେ ସ୍ଥାନ ପାଇଥିବା କୃଷି ରେଳ ଓ କୃଷି ଉଡ଼ାଣ ଭଳି ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାସହ ସମବାୟ ଶିଳ୍ପ ପାଇଁ ଟିକସ ରିହାତି, ବ୍ୟାଙ୍କ୍ ଜମା କ୍ଷେତ୍ରରେ ଗ୍ୟାରେଣ୍ଟି, ନୂଆ ଶିକ୍ଷାନୀତି ଓ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇବା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ଐତିହ୍ୟର ଉନ୍ନତି ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି କହି ନବୀନ ନିଜର ଅସନ୍ତୋଷ ଜାହିର୍ କରିଛନ୍ତି। ଏଥିସହ ଓଡ଼ିଶାରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ହେବା ଉଚିତ୍ ଥିବା ବୋଲି ନବୀନ କହିଛନ୍ତି।

ଏହାସହିତ ପ୍ରାୟ ସମସ୍ତ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ବଢ଼ିନାହିଁ। ପାନୀୟ ଜଳକୁ ନେଇ ବଜେଟରେ ରହିଥିବା ବ୍ୟୟବରାଦ ଯଥେଷ୍ଟ ନୁହେଁ। ପାନୀୟ ଜଳ ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୩ ହଜାର ୬ ଶହ କୋଟି ଟଙ୍କା ବକେୟା ରହିଛି ବୋଲି କହି ନବୀନ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Comment