ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଲାବୋରଟୋରୀ ଆସିଷ୍ଟାଣ୍ଟ୍ କମ୍ ଷ୍ଟୋରକିପର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ଫେବ୍ରୁଆରି ତାରିଖକୁ ୧୦କୁ ବୃଦ୍ଧି କରାଯାଇଛି। ଏହି ବିଜ୍ଞପ୍ତି ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ଜାରି କରାଯାଇଛି।

ପଦବୀ ସଂଖ୍ୟା ଓ ସଂରକ୍ଷଣ

  • ଫିଜିକ୍ସ(୬୦) – ସାଧାରଣ ବର୍ଗ – ୩୧(ମହିଳା-୧୦), ଏସସି – ୧୦(ମହିଳା-୪), ଏସଟି – ୧୪(ମହିଳା-୪), ଏସଇବିସି – ୫(ମହିଳା-୨) (ଏଗୁଡ଼ିକ ଭିତରୁ ଏକ୍ସ ସର୍ଭିସମ୍ୟାନ୍ ପ୍ରାର୍ଥୀଙ୍କ ପାଇଁ ୨ଟି ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ୧ ପଦବୀ ସଂରକ୍ଷିତ ରହିଛି)
  • କେମିଷ୍ଟ୍ରୀ(୬୮) – ସାଧାରଣ ବର୍ଗ – ୩୫(ମହିଳା-୧୧), ଏସସି – ୧୧(ମହିଳା-୪), ଏସଟି – ୧୫(ମହିଳା-୪), ଏସଇବିସି – ୭(ମହିଳା-୨) (ଏଗୁଡ଼ିକ ଭିତରୁ ଏକ୍ସ ସର୍ଭିସମ୍ୟାନ୍ ପ୍ରାର୍ଥୀଙ୍କ ପାଇଁ ୩ଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୪ଟି ପଦବୀ ସଂରକ୍ଷିତ ରହିଛି)
  • ବଟନୀ – (୬୨) – ସାଧାରଣ ବର୍ଗ – ୩୨(ମହିଳା-୯), ଏସସି – ୧୦(ମହିଳା-୩), ଏସଟି – ୧୩(ମହିଳା-୪), ଏସଇବିସି – ୭(ମହିଳା-୨) (ଏଗୁଡ଼ିକ ଭିତରୁ ଏକ୍ସ ସର୍ଭିସମ୍ୟାନ୍ ପ୍ରାର୍ଥୀଙ୍କ ପାଇଁ ୨ଟି, ଭିନ୍ନକ୍ଷମଙ୍କ ପାଇଁ ୨ଟି ଓ କ୍ରୀଡ଼ାବିତଙ୍କ ପାଇଁ ୧ ପଦବୀ ସଂରକ୍ଷିତ ରହିଛି)
  • ଜୁଲୋଜି(୫୭) – ସାଧାରଣ ବର୍ଗ – ୨୯(ମହିଳା-୯), ଏସସି – ୯(ମହିଳା-୩), ଏସଟି – ୧୩(ମହିଳା-୪), ଏସଇବିସି – ୬(ମହିଳା-୧) (ଏଗୁଡ଼ିକ ଭିତରୁ ଏକ୍ସ ସର୍ଭିସମ୍ୟାନ୍‌ ପ୍ରାର୍ଥୀଙ୍କ ପାଇଁ ୨ଟି, ଭିନ୍ନକ୍ଷମଙ୍କ ପାଇଁ ୩ଟି ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ୧ ପଦବୀ ସଂରକ୍ଷିତ ରହିଛି)
  • ଜିଓଲୋଜି(୬) – ସାଧାରଣ ବର୍ଗ – ୫(ମହିଳା-୨), ଏସଟି – ୧
  • ଷ୍ଟାଟିସଟିକ୍ସ୍(୫) – ସାଧାରଣ ବର୍ଗ – ୪(ମହିଳା-୨), ଏସଟି – ୧
  • ଆନ୍ଥ୍ରୋପୋଲୋଜି(୬) – ସାଧାରଣ ବର୍ଗ – ୪(ମହିଳା-୨), ଏସଟି –୧
  • ଜିଓଗ୍ରାଫି(୫) – ସାଧାରଣ ବର୍ଗ – ୪(ମହିଳା-୨), ଏସ.ଟି – ୧
  • ଏଜୁକେସନ୍(୭) – ସାଧାରଣ ବର୍ଗ – ୫(ମହିଳା-୨), ଏସ.ଟି –୨
  • ହୋମସାଇନ୍ସ(୮) – ସାଧାରଣ ବର୍ଗ – ୫(ମହିଳା-୩), ଏସଟି – ୩(ମହିଳା-୨)
  • ସାଇକୋଲୋଜି(୧୧) – ସାଧାରଣ ବର୍ଗ – ୭(ମହିଳା-୩), ଏସସି – ୧, ଏସଟି – ୨(ମହିଳା-୧), ଏସ୍ଇବିସି -୧

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ନିଜ ବିଷୟରେ ଅନର୍ସ ସହିତ ବ୍ୟାଚେଲର୍ ଡିଗ୍ରୀ ହାସଲ କରିଥିବା ଦରକାର। ମାଧ୍ୟମିକ ଶିକ୍ଷାରେ ଦଶମ କିମ୍ବା ସପ୍ତମ କିମ୍ବା ମାଇନ୍‌ର ଯାଏଁ ଓଡ଼ିଆକୁ ବିଷୟ ଭାବରେ ରଖି ପାଠ ପଢିଥିବା ଆବଶ୍ୟକ।

ବୟସ

  • ୨୦୧୮ ମସିହା ଜାନୁଆରି ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୨ ବର୍ଷ ଭିତରେ ହୋଇଥିବ।
  • ଏସସି, ଏସଟି, ଏସଇବିସି ଓ ମହିଳାଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଛି।
  • ଭିନ୍ନକ୍ଷମ (ପି.ଡବ୍ଲୁ.ଡି) ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା

ଦରମା

୧୬,୮୮୦ ଟଙ୍କା

ଆବେଦନ ଫି’

ଏସସି, ଏସଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟ ପ୍ରାର୍ଥୀମାନଙ୍କୁ ଅନଲାଇନ୍‌ରେ ୨୦୦ ଟଙ୍କା ପରୀକ୍ଷା ଫି’ ଦାଖଲ କରିବାକୁ ପଡ଼ିବ।

ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଆବେଦନ ତାରିଖ ସଂପର୍କରେ ଓଡିଶା ଷ୍ଚାଫ ସିଲେକସନ୍ କମିସନଙ୍କ ପକ୍ଷରୁ ଆଗାମୀ ଦିନରେ ସୂଚନା ଦିଆଯିବ। ପଦବୀ ସଂପର୍କିତ ସବିଶେଷ ତଥ୍ୟ www.ossc.gov.in ରେ ଲଗଅନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

Comment