ଓଡ଼ିଶାଲାଇଭ୍ ବ୍ୟୁରୋ

ossc

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ସଂସ୍କୃତ ଓ ହିନ୍ଦୀ ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ସେପ୍ଟେମ୍ବର ମାସରେ ହୋଇଥିବା ମେନ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାରେ ପ୍ରଶ୍ନ ପତ୍ର ସିଲାବସ ବାହାରୁ ଆସିଥିବା ଅଭିଯୋଗ ପରେ ଏହି ପରୀକ୍ଷା ବାତିଲ ହୋଇଛି। ଏବେ ଡିସେମ୍ବର ୧୬ ତାରିଖରେ ଏହି ପରୀକ୍ଷା ଆଉଥରେ ହେବ। ଏନେଇ ଓଏସଏସସି ପକ୍ଷରୁ ଘୋଷଣା କରାଯାଇଛି।

ସେପ୍ଟମ୍ବର ୨୨ ଓ ୨୩ ତାରିଖରେ ହିନ୍ଦୀ ଓ ସଂସ୍କୃତ ୨,୦୭୫ ଶିକ୍ଷକ ପଦବୀ ପାଇଁ ମେନ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାରେ ସିଲାବସ୍ ବାହାରୁ ଆସିଥିବା ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏ ବାବଦରେ ଓଏସଏସସି ନିକଟରେ ଅଭିଯୋଗ କରିଥିଲେ।

ଏହାପରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଆଧାରରେ ଓଏସଏସସି ପକ୍ଷରୁ ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା। ଏହା ଆଧାରରେ ପରୀକ୍ଷାକୁ ବାତିଲ କରାଯାଇଛି।

ଅନ୍ୟପଟେ ହିନ୍ଦୀ ଓ ସଂସ୍କୃତକୁ ଛାଡ଼ି ଅନ୍ୟ ବିଷୟରେ ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ହୋଇଥିବା ପରୀକ୍ଷାର ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୫,୮୪୨ ଜଣ ପାର୍ଥୀ ସାର୍ଟିଫିକେଟ ଭେରିଫିକେସନ ପାଇଁ ମେନୋନୀତ ହୋଇଛନ୍ତି।

Tags: #OSSC #HighSchoolTeacherExam #TecherPosts #Odisha

Comment