ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସତିଚଉରାସ୍ଥିତ IPSAR କ୍ୟାମ୍ପସ୍‌ IIIରେ ବିଭିନ୍ନ ବିଭାଗର ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୯ ତାରିଖରେ ଏହି ନିଯୁକ୍ତି ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି କଟକ ସତିଚଉରାରେ ଥିବା IPSARର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସେମେଷ୍ଟ୍ରୀ, ଫିଜିକ୍ସ, ଜୁଲୋଜୀ, କମର୍ସ ଏବଂ ଆଇଟି ବିଭାଗରେ ଅଧ୍ୟପକଙ୍କ ପଦବୀ ପାଇଁ ଉଦ୍ଦିଷ୍ଟ।

ଯୋଗ୍ୟତା– ଆବେଦନ କରୁଥିବା ପଦବୀ ପାଇଁ ଉଦ୍ଦିଷ୍ଟ ବିଷୟରେ ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ipsar

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଏବଂ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ଫେବ୍ରୁଆରି ୩ରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– IPSAR, କ୍ୟାମ୍ପସ୍‌-III, ସତିଚଉରା, କଟକ

ଇଣ୍ଟରଭ୍ୟୁ ସମୟ– ୨୦୨୦ ଫେବ୍ରୁଆରି ୯ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୨ଟା

ସୌଜନ୍ୟ: ଚାକିରି ପ୍ଲସ୍‌

Comment