ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ (SBI) ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍‌ ୧୦୬ଟି ପଦବୀ ପାଇଁ ନିଯୁକ୍ତି ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୨ ତାରିଖ ଯାଏଁ ଆବେଦନ କରିପାରିବେ।

ଡେପୁଟି ମ୍ୟାନେଜର (ଲ’) – (୪୫ଟି ପଦବୀ):

  • ଶିକ୍ଷାଗତ ଯୋଗ୍ୟତା– ଭାରତର ଯେକୌଣସି ୟୁନିଭର୍ସିଟିରୁ ଲ’ରେ ୩ କିମ୍ବା ୫ ବର୍ଷର ଡିଗ୍ରୀ ହାସଲ କରିଥିବେ।
  • ବୟସ ସୀମା– ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୫ ଭିତରେ ହୋଇଥିବା ଆବଶ୍ୟକ (୮ ବର୍ଷର ଅଭିଜ୍ଞତା ଥିଲେ ୪୨ ବର୍ଷ)
  • ଦରମା– ୩୧,୭୦୫ରୁ ୪୫,୯୫୦ ଟଙ୍କା

ସିନିୟର ସ୍ପେଶାଲ୍‌ ଏକ୍‌ଜିକ୍ୟୁଟିଭ୍‌ (ଡାଟା ଆନାଲିଷ୍ଟ) – (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା– ସ୍ଟାଟିଷ୍ଟିକ୍ସ/ଗଣିତ/ଅର୍ଥନୀତିରେ ୬୦% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ବୟସ ସୀମା– ୨୦୧୯ ଜୁଲାଇ ୩୧ ସୁଦ୍ଧା ୩୭ ବର୍ଷରୁ କମ୍‌ ବୟସ୍କ ହୋଇଥିବେ।
  • ଦରମା– ବାର୍ଷିକ ୧୦ରୁ ୧୪ ଲକ୍ଷ

ସିନିୟର ଏକ୍ସିକ୍ୟୁଟିଭ୍‌ (ସ୍ଟାଟିଷ୍ଟିକ୍ସ) – (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା– ସ୍ଟାଟିଷ୍ଟିକ୍ସ/ଗଣିତ/ଅର୍ଥନୀତିରେ ୬୦% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ବୟସ ସୀମା– ୨୦୧୯ ଜୁଲାଇ ୩୧ ସୁଦ୍ଧା ୩୫ ବର୍ଷରୁ କମ୍‌ ବୟସ୍କ ହୋଇଥିବେ।
  • ଦରମା– ବାର୍ଷିକ ୯ରୁ ୧୩ ଲକ୍ଷ

ଡିଫେନ୍ସ ବ୍ୟାଙ୍କିଙ୍ଗ୍‌ ଆଡଭାଇଜର୍‌ (ଆକାଶ ଏବଂ ସ୍ଥଳସେନା) – (ଦୁଇଟି ପଦବୀ):

  • ଶିକ୍ଷାଗତ ଯୋଗ୍ୟତା– ୨୦୨୦ ଜାନୁଆରି ୩୧ ସୁଦ୍ଧା ଏୟାର ଭାଇସ୍‌ ମାର୍ସଲ (ଏୟାର ଫୋର୍ସ- DBA) କିମ୍ବା ଉଚ୍ଚ ପଦବୀରୁ ଅବସର ନେଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।
  • ବୟସ ସୀମା– ୨୦୨୦ ଜାନୁଆରି ୩୧ ସୁଦ୍ଧା ୬୨ ବର୍ଷରୁ କମ୍‌ ବୟସ୍କ
  • ଦରମା– ୧୦, ୦୦, ୦୦୦ ଟଙ୍କା

Comment