ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ କାରବାରରେ ସଂପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। କେଉଁ ପରିସ୍ଥିତିରେ ଓ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ ଏନେଇ ସମ୍ବଲପୁରରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ।

ଏହାସହିତ ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କପସିରଫ୍‌ ଚୋରା ଚାଲାଣ ନେଇ କେଉଁ ପଦକ୍ଷେପ ନିଆଯିବ ସେ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପୋଲିସ ଡିଜି।

ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଅବସରରେ ସେ ବସନ୍ତପୁରସ୍ଥିତ ପୋଲିସ ଟ୍ରେନିଙ୍ଗ୍‌ ଇନଷ୍ଟିଚ୍ୟୁଟରେ ଏହି ସମୀକ୍ଷା କରିଛନ୍ତି। ଏହାପରେ ସେ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment