ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି। ଆସନ୍ତା ୯ ତାରିଖ ଯାଏଁ ସ୍ଵଳ୍ପ ବର୍ଷା, ବଜ୍ରପାତ ନେଇ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି। ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି।

ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ଆବଶ୍ୟକ ପଦକ୍ଷେପ ନେବା ସହ ଘନ କୁହୁଡ଼ି ପ୍ରତି ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଘନ କୁହୁଡ଼ି ପଡ଼ିଥିଲେ ହାଇଓ୍ଵେରେ ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ଗାଡ଼ି ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୯ ତାରିଖ ଯାଏଁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖରୁ ପାଗ ଶୁଖିଲା ରହିବ। ୧୦ ତାରିଖ ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment