ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSC ଅଧୀନ କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୦ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ଏସ୍‌ଆଇ ପୋଲିସ୍‌- ୧୪୩ଟି ପଦବୀ
  • ଏସ୍‌ଆଇ ପୋଲିସ୍‌ (Armed) – ୧୩୦ଟି ପଦବୀ
  • ଷ୍ଟେସନ୍‌ ଅଫିସର୍‌- ୧୦ଟି ପଦବୀ

ବୟସ

ଏହି ପଦବୀ ପାଇଁ ଇଛୁକ ପ୍ରାର୍ଥୀଙ୍କ ବୟସ ୨୦୧୮ ମସିହା ଜାନୁଆରି ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଓ ୨୫ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଏସ୍‌ସି, ଏସ୍‌ଟି ,ଏସଇବିସି, ମହିଳା, ଓ ଏକ୍ସ ସର୍ଭିସମେନ୍ ଅନ୍ତର୍ଭୁକ୍ତ ପ୍ରାର୍ଥୀଙ୍କ ପାଇଁ ବୟସସୀମା ୫ ବର୍ଷ କୋହଳ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା

  • ଏହି ପଦବୀ ପାଇଁ ଇଛୁକ ପ୍ରାର୍ଥୀମାନେ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ କରିଥିବା ଦରକାର। ଷ୍ଟେସନ ଅଫିସର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସାଇନ୍ସ କିମ୍ବା ଇଂଜିନିୟରିଂ ଗ୍ରାଜୁଏଟ୍ ହୋଇଥିବା ଦରକାର।
  • ଯେଉଁମାନେ ଓଡ଼ିଆ ବିଷୟରେ ହାୟର ସେକେଣ୍ଡାରୀ ପାସ କରି ନଥିବେ, ସେମାନଙ୍କୁ ଓଡ଼ିଆ ବିଷୟରେ ଏମ୍‌ଇ ପାସ କରିଥିବାର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ।

ଆବେଦନ ପ୍ରକ୍ରିୟା

ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଅପ୍‌ଲୋଡ୍‌ କରିବାକୁ ହେବ।

ଶୁଳ୍କ

ଏସ.ସି, ଏସ.ଟି ଅନ୍ତର୍ଭୁକ୍ତ ପ୍ରାର୍ଥୀମାନଙ୍କୁ ବାଦ ଦେଇ ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା ଶୁଳ୍କ ୨୦୦ ଟଙ୍କା ରଖାଯାଇଛି। ଯାହା ସେମାନଙ୍କୁ ଅନଲାଇନ୍ ପଇଠ କରିବାକୁ ପଡ଼ିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.ossc.gov.in ଓ୍ଵେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

Comment