ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ୍ସ ଡେ’। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନ ଟି ସାଧାରଣ। ହେଲେ ପ୍ରେମୀଯୁଗଳଙ୍କ ପାଇଁ ଏହା ଖାସ୍‌ ଦିନ।

ଏହି ଖାସ ଦିନ ପୂର୍ବରୁ ହିଁ ପ୍ରେମୀଯୁଗଳ ପାଳନ କରଥାନ୍ତି ପ୍ରେମ ସପ୍ତାହ। ଫେବ୍ରୁଆରି ୭ରେ ରୋଜ୍‌ ଡେ’ ଫେବ୍ରୁଆରୀ ୮ରେ ପ୍ରପୋଜ ଡେ’ ପାଳନ ପରେ ଆଜି ଚକୋଲେଡ ଡେ’ ପାଳନ କରୁଛନ୍ତି ପ୍ରେମୀଯୁଗଳ। ଚକୋଲେଟ ପାଇଁ ଦୋକାନ ବଜାରରେ ମଧ୍ୟ ଭାରି ଭିଡ଼। ଭିନ୍ନ ଷ୍ଟାଇଲ, ଭିନ୍ନ ସ୍ୱାଦର ଚକୋଲେଟ କିଣି ସାଥୀଙ୍କୁ ଖୁସି କରିବାକୁ ଲାଗିପଡ଼ିଛନ୍ତି ପ୍ରେମୀ।

ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରପୋଜ ଡେ’ରେ ସାଥୀଙ୍କୁ ମନ କଥା କହିବା ପରେ ଚକୋଲେଟ୍‌ ଡେ’ରେ ଚକୋଲେଟ ଦେଇ ସାଥୀଙ୍କୁ ଖୁସି କରିଥାନ୍ତି ପ୍ରେମିକ ବା ପ୍ରେମିକା।

କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉଁ ସମସ୍ତେ  ନିଜ ନିଜ ଚକୋଲେଟ ହିଁ ଦେଇଥାନ୍ତି। କାରଣ ପ୍ରେମୀଙ୍କ ମତରେ ଚକୋଲେଟ ହିଁ ସମ୍ପର୍କରେ ଆଣେ ମଧୁରତା।

Comment