ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ଅପରାଜିତା ଷଡ଼ଙ୍ଗୀ।

ସ୍ୱଚ୍ଛ ଭୂବନେଶ୍ୱର ପାଇଁ ଲୋକଙ୍କ ଦାବିକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଟୁଇଟରେ ଲେଖିଛନ୍ତି ସେ। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଅପରାଜିତା ଡ୍ରେନେଜ ବ୍ୟବସ୍ଥା, ଜଳ ନିଷ୍କାସନ ଆଦି ପ୍ରସଙ୍ଗ ସଂପର୍କରେ ଲେଖିଛନ୍ତି।

ଭୁବନେଶ୍ୱରରେ ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯିବା ସହ ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।

Comment