ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦବିଗଲା ନିର୍ମାଣଧିନ ରେଳ ଲାଇନ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ନିର୍ମାଣଧିନ ପାରାଦୀପ-ହରିଦାସପୁର ରେଳଲାଇନ ଦବିଯାଇଛି। ଫଳରେ ରେଳ ଲାଇନ ନିକଟରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦାବି କରିଛନ୍ତି ସ୍ଥାନୀୟ ଲୋକ।

ଘଟଣାଟି ବୁଧବାର ରାତି ପ୍ରାୟ ୧୧ଟାରୁ ଘଟିଥିଲା। ଏନେଇ ସ୍ଥାନୀୟ ଲୋକେ ପ୍ରଥମେ ଆତଙ୍କିତ ହୋଇପଡ଼ିଥିଲେ। ରେଳ ଲାଇନ ପାଖରେ ଥିବା ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ କୋଠାଘର ଫାଟି ଯାଇଛି। ଏହାସହ ରେଳ ଲାଇନ ପାଖ ରାସ୍ତା ମଧ୍ୟ ଦବି ଯାଇଛି।

ଏହି ନିର୍ମାଣଧିନ ରେଳ ରାସ୍ତା ଦୀର୍ଘ ଦିନରୁ ମାଟି ପଡିଥିଲେ ମଧ୍ୟ ଏତେଦିନ ପରେ ରାସ୍ତାଟି ଏମିତି ଦବିଯିବା ଘଟଣାକୁ କେହି କେହି ଭୂକମ୍ପ ବୋଲି କହୁଛନ୍ତି, ଆଉ କେହି ଠିକାଦାରଙ୍କର ତ୍ରୁଟିପୂର୍ଣ୍ଣ ନିର୍ମାଣକୁ ଦାୟୀ କରିଛନ୍ତି। ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Comment