ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଲୋକାୟୁକ୍ତ ଅଫିସ୍‌ରେ ୭ଟି ଡ୍ରାଇଭର୍‌ ପଦବୀରେ ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୭ ଧାର୍ଯ୍ୟ କରାଯାଇଛି।

ଯୋଗ୍ୟତା

  • ଭାରତୀୟ ନାଗରିକ ହୋଇଥିବେ।
  • ଓଡ଼ିଆ ଭାଷା କହି, ଲେଖି ଏବଂ ପଢ଼ିପାରୁଥିବେ।
  • ସପ୍ତମ, ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଭାଷାରେ ପାସ୍‌ କରିଥିବେ।
  • ଯେକୌଣସି ବିଭାଗରୁ ଦଶମ+୨ ପାସ୍‌ କରିଥିବେ।
  • ହାଲୁକା ଯାନ ଚଳାଚଳରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ସହ ଡ୍ରାଇଭିଂ ଲାଇସେନ୍ସ ଥିବ।

ବୟସ ସୀମା

୨୧ରୁ ୩୨ ବର୍ଷ ମଧ୍ୟରେ (ସଂରକ୍ଷିତବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।)

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୭ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଡାକ ମାଧ୍ୟମରେ ନିଜର ଆବେଦନପତ୍ର, ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ୩ଟି ଫଟୋକପିକୁ ନିମ୍ନଲିଖିତ ଠିକଣାରେ ପଠାଇବେ।

ଠିକଣା: ଦି ସେକ୍ରେଟାରୀ, ଅଫିସ୍‌ ଅଫ୍‌ ଦି ଲୋକାୟୁକ୍ତ, ଓଡ଼ିଶା, ବି-୨ ଗ୍ରାଉଣ୍ଡ ଫ୍ଲୋର୍‌, ତୋଷାଳି ଭବନ, ସତ୍ୟ ନଗର, ଭୁବନେଶ୍ଵର-୭୫୧୦୦୭

ଆବେଦନ ଶୁଳ୍କ– ୨୦୦ ଟଙ୍କା (ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ବାଦ୍‌ ଦେଇ)

ଏହି ନିଯୁକ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.gaodisha.gov.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Comment