ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ପଢ଼ିବାକୁ ହେଲେ ଏବେ ଛାତ୍ରଛାତ୍ରୀଙ୍କୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ହେବ। କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ୟୁନିଭରସିଟି କମନ ଏଣ୍ଟ୍ରାନ୍ସ ଟେଷ୍ଟ କନସୋରସିଅମରେ ଯୋଗ ଦେବା ପରେ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି।

ଚଳିତ ବର୍ଷଠାରୁ ସମସ୍ତ ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ଓ ରିସର୍ଚ୍ଚ ପ୍ରୋଗ୍ରାମ ପାଇଁ ପିଲାମାନଙ୍କୁ ଏହି ମିଳିତ ପ୍ରତିଯୋଗିତାରେ ବସିବାକୁ ହେବ। କୋରାପୁଟ ସିୟୁଓର କୁଳପତି ପ୍ରଫେସର ଆଇ ରାମବ୍ରାହ୍ମମ ବିଜୟୱାଡାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ପିଲାମାନଙ୍କୁ ଅଧିକ ଓ ଉତ୍ତମ ଅବକାଶ ଯୋଗାଇବା ପାଇଁ ଅନ୍ୟ ବିଶ୍ୱବିଦ୍ୟାଳୟ ସହ ପ୍ରବେଶିକା ପରୀକ୍ଷାରେ ଯୋଗ ଦେବାକୁ କୋରାପୁଟ ସ୍ଥିର କରିଛି।

କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି ପକ୍ଷରୁ ୩୦ଟି ପାଠ୍ୟକ୍ରମ ଯୋଗାଇ ଦିଆଯିବ। ବିଭିନ୍ନ କୋର୍ସର ବିବରଣୀ, ଆବଶ୍ୟକ ଯୋଗ୍ୟତା ସମ୍ପର୍କିତ ସମସ୍ତ ତଥ୍ୟ ୟୁନିଭର୍‌ସିଟି ୱେବ ସାଇଟ ( cuo.ac.in) ଓ www.cucetexam.inରେ ମିଳିପାରିବ। ଦରଖାସ୍ତ ମୂଲ୍ୟ ୮୦୦ଟଙ୍କା ରଖାଯାଇଛି।

Comment