ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜରାଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଅଣ-ଶିକ୍ଷକ ପଦବୀରେ ମୋଟ୍‌ ୨୨ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୭ ଯାଏଁ ଆବେଦନ କରିପାରିବେ।

ସମୁଦାୟ ୧୨ଟି ପଦବୀ ଯଥା ସେକ୍ସନ ଅଫିସର୍‌, ଆସିଷ୍ଟାଣ୍ଟ, ପ୍ରାଇଭେଟ୍‌ ସେକ୍ରେଟାରୀ, ପର୍ସନାଲ ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ (ଲାଇବ୍ରେରି), ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ (ଲାବୋରେଟୋରି), ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ (କମ୍ପ୍ୟୁଟର), ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍‌), ଜୁନିୟର୍‌ ଇଞ୍ଜିନିୟର (ସିଭିଲ୍‌), ଜୁନିୟର୍‌ ଇଞ୍ଜିନିୟର (ଇଲେକ୍ଟ୍ରିକାଲ), ହିନ୍ଦୀ ଟ୍ରାନ୍ସଲେଟର୍‌, ସିକ୍ୟୁରିଟି ଅଫିସର୍‌ ଆଦିରେ ଏହି ନିଯୁକ୍ତି ଦିଆଯିବ।

ଆବେଦନ ପ୍ରକ୍ରିୟା:

  • ଆବେଦନକାରୀମାନେ ଫେବ୍ରୁଆରି ୨୭ ଯାଏଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ସମସ୍ତ ଦରକାରୀ କାଗଜପତ୍ର ଦାଖଲ କରିବାକୁ ହେବ।
  • ଅନ୍‌ଲାଇନ୍‌ ଆବେଦନ କରିସାରିବା ପରେ ପ୍ରାର୍ଥୀମାନେ ପୂରଣ ହୋଇଥିବା ଆବେଦନପତ୍ରର ଏକ ହାଡ୍‌ କପି ସହ ସମସ୍ତ ଦରକାରୀ କାଗଜପତ୍ରକୁ ମାର୍ଚ୍ଚ ୯ ତାରିଖ ସଂଧ୍ୟା ୫.୩୦ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ କୁହାଯାଇଛି।

ରିକ୍ରୁଟ୍‌ମେଣ୍ଟ ସେଲ୍‌, ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ ଗୁଜୁରାଟ, ସେକ୍ଟର-୨୯, ଗାନ୍ଧୀନଗର-୩୮୨୦୩୦

ଆବେଦନ ଶୁଳ୍କ:

  • ସାଧାରଣବର୍ଗ- ୫୦୦ ଟଙ୍କା
  • ଓବିସି/ଇଡବ୍ଲୁଏସ୍‌- ୨୫୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ପିଡବ୍ଲୁବିଡି/ଏକ୍ସ-ସର୍ଭିସ୍‌ମ୍ୟାନ୍‌ଙ୍କ ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ।

ଏହି ପଦବ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ cug.ac.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment