ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ। ଶରଣକୁଳର ଶ୍ରୀ ଶ୍ରୀ ଲଡୁକେଶ୍ୱର ପୀଠ ଓ ଓଡ଼ଗାଁ ନିକଟସ୍ଥ ଶ୍ରୀ ଦୁତିକେଶ୍ୱର ପୀଠରେ ମହା ଆଡ଼ମ୍ବରରେ ପାଳିତ ହୋଇଛି ମହାଶିବରାତ୍ରୀ।

ଏହି ବିଶେଷ ଯାତ୍ରା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏହି ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବିଭିନ୍ନ ରଙ୍ଗର ଆଲୋକ ମାଳାରେ ସଜା ହୋଇଛି ଶ୍ରୀ ଶ୍ରୀ ଲଡୁବାବାଙ୍କ ମନ୍ଦିର। ଆଜି ଭୋର ୩ଟାରୁ ଠାକୁରଙ୍କର ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଭକ୍ତମାନଙ୍କ ଦର୍ଶନ ପରେ ସକାଳ ୭ ଟାରୁ ୧୦.୩୦ ମଧ୍ୟରେ ସମସ୍ତ ନୀତି ଯଥା ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ସମାପନ ପରେ ସଂନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବାର ବ୍ୟବସ୍ଥା ହୋଇଛି। ପରେ ସଂନ୍ଧ୍ୟାରେ ସମସ୍ତ ନୀତି ସମ୍ପନ୍ନ ହେବା ପରେ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବାର ବ୍ୟବସ୍ଥା ହୋଇଛି।

ଶ୍ରୀ ଶ୍ରୀ ଲଡୁବାବାଙ୍କୁ କେତକି ଲାଗି ହେବା ସହ ବାବା ତାଣ୍ଡବ ଅବତାର ବେଶରେ ଦର୍ଶନ ଦେବା ପରେ ରାତି ୧୧ ଟାରେ ମହାଦୀପ ଉଠିବାର ବ୍ୟବସ୍ଥା ହୋଇଛି।

Comment