ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ମେଡିକାଲ କଲେଜଗୁଡିକରେ ମାଗଣା ରୋଗ ନିଦାନ ସେବା ବନ୍ଦ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏସସିବି ମେଡିକାଲ କଲେଜରେ ଟେଷ୍ଟିଙ୍ଗ ଉପକରଣଗୁଡିକ କାମ ନକରିବା ଫଳରେ ରୋଗୀମାନେ ନିଦାନ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ଭିତ୍ତି କରି ହାଇକୋର୍ଟ ଜବାବ ମାଗିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଧାନ ସଚିବ ତଥା ମେଡିକାଲ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଏହି ନୋଟିସ ଯାଇଛି। ନିଜ ଆଡୁ ଖବରକାଗଜରେ ପ୍ରକାଶିତ ଏହି ଖବରକୁ ଏକ ଜନସ୍ୱାର୍ଥ ମାମଲାରେ ପରିଣତ କରି କୋର୍ଟ ଅନ୍ୟ ମେଡିକାଲ କଲେଜରେ କ’ଣ ସ୍ଥିତି ରହିଛି ତାର ରିପୋର୍ଟ ମାଗିଛନ୍ତି।

କଟକ ବଡ଼ ମେଡିକାଲ ବ୍ୟତୀତ ବ୍ରହ୍ମପୁର,ବାରିପଦା, କୋରାପୁଟ, ବାଲେଶ୍ୱର,ବଲାଙ୍ଗୀର ମେଡିକାଲ କଲେଜ,କଟକ ଶିଶୁ ଭବନ ଓ ବୁର୍ଲା ମେଡିକାଲ କଲେଜକୁ ଅନୁରୂପ ନୋଟିସ ପଠାଯାଇଛି।

Comment