ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚଳିତ ଶିକ୍ଷାବର୍ଷରେ ମେଡିକାଲ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହୋଇଛି। ରାଜ୍ୟର ୧୬ଟି ମେଡିକାଲ କଲେଜର ସମୁଦାୟ ୨ ହଜାର ୬୩ଟି ସିଟରେ ନାମଲେଖା ଜାରି ରହିଛି। ଏବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି। ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଖାଲି ପଡ଼ିଥିବା ସିଟ୍ ପାଇଁ ଅଗଷ୍ଟ ୧୪ ତାରିଖରୁ ୧୭ ତାରିଖ ଭିତରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଜୀକରଣ ହେବ। ଅଗଷ୍ଟ ୧୯ ତାରିଖରେ ମେରିଟ ଲିଷ୍ଟ ବାହାରିବ। ଏହାପରେ ମେରିଟ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀଙ୍କ କାଉନସେଲିଂ କରାଯାଇ ଅଗଷ୍ଟ ୨୮ ତାରିଖ ମଧ୍ୟରେ ନାମଲେଖା ସରିବ।

ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖାରେ କେବଳ ବାଲେଶ୍ଵର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସବୁ ସିଟ୍ ପୂରଣ ହୋଇଛି। ଅନ୍ୟ ସବୁ ମେଡିକାଲ କଲେଜରେ କିଛି ସିଟ୍ ଖାଲି ପଡ଼ିଛି।

ଓଡ଼ିଶାରେ ଚଳିତ ଶିକ୍ଷାବର୍ଷ ପାଇଁ ୧ ହଜାର ୯୦୦ଟି ଏମବିବିଏସ୍‌ ଓ ୧୬୩ଟି ବିଡିଏସ୍‌ ସିଟକୁ ମିଶାଇ ମୋଟ ୨ ହାଜର ୬୩ ସିଟରେ ନାମଲେଖା ହେଉଛି। ଏଥିରେ ଦୁଇଟି ଘରୋଇ ମେଡିକାଲ କଲେଜ ସାମିଲ ଅଛି। ସେଥିମଧ୍ୟରୁ ଓଜେଇଇ ପକ୍ଷରୁ ୧ ହଜାର ୮୨୦ଟି ସିଟ୍‌ ପାଇଁ କାଉନସେଲିଂ କରାଯାଉଛି।

 

ଏଥର ରାଜ୍ୟରେ ଦୁଇଟି ନୂଆ ମେଡିକାଲ କଲେଜରେ ପ୍ରଥମଥର ପାଇଁ ନାମଲେଖା ହେଉଛି। ସେଗୁଡ଼ିକ ମଧ୍ୟରେ ଭାବନୀପାଟଣା ସରକାରୀ ମେଡିକାଲ କଲେଜରେ ୮୫ଟି ଓ କଟକ ସ୍ଥିତ ଡ୍ରିମ୍‌ସ ଇଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସର ୧୦୦ଟି ଏମବିବିଏସ୍ ସିଟ ପାଇଁ ନାମଲେଖା ଜାରି ରହିଛି।

Tags: #MedicalStudy #Admission #MedicalColleges #Odisha

 

Comment