ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବର୍ଷାରେ ଭିଜିବ ଓଡ଼ିଶା। ଆସନ୍ତା ଫେବ୍ରୁଆରି ୨୩ ତାରିଖରୁ ୨୬ ତାରିଖ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଗତ ଦୁଇ ଦିନ ଧରି ରାଜ୍ୟର ପାଣିପାଗରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଏହାପରେ ଫେବ୍ରୁଆରି ୨୩ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ୨୫ ତାରିଖ ବେଳକୁ ଉତ୍ତର ଉପକୂଳ ଜିଲ୍ଲା  ସୁନ୍ଦରଗଡ଼,ସମ୍ବଲପୁର,ଝାରସୁଗୁଡ଼ା,ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ସେହିପରି ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହିତ ବର୍ଷା ହେବାର ଅନୁମାନ କରାଯାଉଛି।

Comment