ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାନ ଭାଇକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବଡ଼ ଭାଇ। ଏଭଳି ଜଘନ୍ୟକାଣ୍ଡ ଘଟିଛି ସମ୍ଵଲପୁର ଜିଲ୍ଲା ଶାସନ ଥାନା ଝରଘାଟି ଗାଁରେ। ପାରିବାରିକ କହଳରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଟାଙ୍ଗିଆ ଚୋଟ୍‌ରେ ସାନ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସୋମବାର ଝରଘାଟି ଗାଁରେ ଦୁଇ ଭାଇ ନିର୍ମଳ ଖଡ଼ିଆର ଓ ନରେଶ ଖଡ଼ିଆର ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ଲାଗିଥିଲା। ଏଥିରେ ବଡ଼ ଭାଇ ନିର୍ମଳ ଉତ୍ୟକ୍ତ ହୋଇ ସାନ ଭାଇ ନରେଶକୁ ଟାଙ୍ଗିଆରେ ହାଣି ଦେଇଥିଲେ। ଏଥିରେ ନରେଶର ବେକ ଓ ପିଠିରେ ଟାଙ୍ଗିଆ ଚୋଟ ବାଜିଛି। ନରେଶକୁ ପରିବାର ଲୋକ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି।

ସାନ ଭାଇକୁ ହାଣିବା ପରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବଡ଼ ଭାଇ ନିର୍ମଳ। ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comment