ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାହା ହେଲେ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଳବୀ ଓ ଅଭିନେତା ଅର୍ଦ୍ଧେନ୍ଦୁ। ସୋସିଆଲ ମିଡିଆରେ ଛାଡ଼ିଲେ ମେହେନ୍ଦୀ ଓ ହଳଦୀର ଫଟୋ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଳବୀଙ୍କୁ ସାତ ଜନ୍ମର ସାଥୀ କଲେ ଅଭିନେତା ଅର୍ଦ୍ଧେନ୍ଦୁ। ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ବାଣ ଫୁଟାଇ, ଢୋଲ, ବାଜା ବଜାଇ ଧୁମ୍‌ଧାମର ସହ ବରଯାତ୍ରୀରେ ଆସିଥିଲେ ଅର୍ଦ୍ଧେନ୍ଦୁ। ବରଯାତ୍ରୀ ଓ ବିବାହ ଉତ୍ସବରେ ବହୁ ନେତା, ମନ୍ତ୍ରୀ. ଅଭିନେତା ଓ ଅଭିନେତ୍ରୀମାନେ ସାମିଲ ହୋଇଥିଲେ।

ବିବାହ ପୂର୍ବରୁ ହଳଦି, ମେହେନ୍ଦୀ ରୀତିନୀତି ଅତି ଧୁମ୍‌ଧାମ୍‌ର ସହ ଆୟୋଜିତ ହୋଇଥିଲା।

ପଲ୍ଲବୀ ପେସାରେ ଜଣେ ଡାକ୍ତର ଏବଂ ଅର୍ଦ୍ଧେନ୍ଦୁ ଓଡ଼ିଆ ଫିଲ୍ମ ‘କାଉଁରୀ କନ୍ୟା’ ମାଧ୍ୟମରେ ଓଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ‘ଅ ଆ ହର୍ଷେଇ’, ‘ଟପୋରି’, ‘ବ୍ଲାକମେଲ’ ଓ ‘ମୁଁ ପରଦେଶୀ ଚେଢ଼େଇ’ ଭଳି ସିନେମାରେ ଅଭିନୟ କରିଛନ୍ତି।  ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲା।

Comment